ଏପ୍ରିଲ ମାସ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ, ୨୩/୩: ଦେଶରେ ଏବେ ଯେପରି କରୋନା ବଢିଚାଲିଛି ସେସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଏପ୍ରିଲ ମାସ ପାଇଁ କେନ୍ଦ୍ର ସରକାର ଗାଇଡ଼ ଲାଇନ ଜାରି କରିଛନ୍ତି।

ଏହି ଗାଇଡଲାଇନ୍‌ ଏପ୍ରିଲ ମାସ ପହିଲାରୁ ୩୦ ଯାଏ ଲାଗୁ ହେବ।କୋଭିଡ୍ କଟକଣା କଡାକଡି କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଟେଷ୍ଟିଂ, ଟ୍ରାକିଂଓ ଟ୍ରିଟ୍‌ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରଟି- ପିସିଆର ଟେଷ୍ଟ ବୃଦ୍ଧି ପାଇଁ ମଧ୍ୟ  ନିର୍ଦ୍ଦେଶ ଦିଆଯାଇଛି। ଅନେକ ରାଜ୍ୟରେ ଆରଟି-ପିସିଆର ଟେଷ୍ଟ କମ୍‌ ହେଉଥିବାରୁ କେନ୍ଦ୍ର ସରକାର ଏହିପରି ନିଷ୍ପତ୍ତି ନେଇଛନ୍ତି।
ମାସ୍କ ପିନ୍ଧିବା, ହାତଧୋଇବା, ସାମାଜିକ ଦୂରତା ନିୟମ ପାଳିବାକୁ ଗୁରୁତ୍ୱ  ଦେବା ସହ କଣ୍ଟେନମେଣ୍ଟ ଜୋନକୁ ସଠିକ ଭାବେ ଚିହ୍ନଟ କରିବାକୁ ସ୍ଥାନୀୟ ପ୍ରଶାସନ କୁ କୁହାଯାଇଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ  କରୋନା ପରିସ୍ଥିତି କୁ ଦୃଷ୍ଟି ରେ ରଖି କଟକଣା ମଧ୍ୟ ଲଗାଇପାରିବେ।