୯୭ ହଜାର ଟପିଲା ସୁନା ଦର, କାହିଁକି ବଢି ଚାଲିଛି ଏହାର ମୂଲ୍ୟ ?

ଭୁବନେଶ୍ୱର,୧୭/୦୪: ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ଆଜି ସୁନା ଦର ୯୭ ହଜାର ଟପିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର ୫୪୫ ହୋଇ ସାରିଲାଣି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୯ ହଜାର ଟପିଛି । ଆମେରିକା- ଚୀନ ବାଣିଜ୍ୟିକ ଲଢେଇ ପାଇଁ ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ସୁନାର ଦର ଲଗାତାର ବଢ଼ି ଚାଲିଛି । ବିଶ୍ବ ବଜାରରେ ଦେଖାଦେଇଥିବା ଶୁଳ୍କ ଅସ୍ଥିରତା ଭିତରେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି ସୁନା । ଚାହିଦା ବୃଦ୍ଧି ସହ ସୁନାର ଦର ପାଖାପାଖି ୧ ଲକ୍ଷ ହେବାକୁ ବସିଲାଣି । ଇଣ୍ଡିଆ ବୁଲିୟନ୍ ଏବଂ ଜ୍ୱେଲର୍ସ ସଂଘ ଅନୁସାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ଦାମ ୧୦ ଗ୍ରାମ ପ୍ରତି ୯୭ହଜାର ୩୧୦ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୮୯ ହଜାର ୨୦୦ ଟଙ୍କା ରହିଛି । ସେହିପରି ରୁପାର ମଧ୍ୟ ଦର ଦିନକୁ ଦିନ ବୃଦ୍ଧି ପାଉଛି । ଆଜି ରୁପାର ମୂଲ୍ୟ କେଜି ପିଛା ୧ ଲକ୍ଷ ୧୦ ହଜାର ୧୦୦ ଟଙ୍କାରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *