ଭୁବନେଶ୍ୱର,୧୭/୦୪: କଟକ ଚୌଦ୍ୱାରରେ ଡବଲ୍ ଏନକାଉଣ୍ଟର । ଦୁଇ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ଚୌଦ୍ୱାର ପୋଲିସ । ଆହତ ଅଭିଯୁକ୍ତ ହେଲେ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା । ପୁଲିସ ଗୁଳିରେ ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ଏସ୍ସିବିରେ ଭର୍ତ୍ତି କରାଯାଇଛି । କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସୂଚନା ମିଳିଛି । ଚୈାଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ର ମିଳିତ ଟିମ୍ ଉଭୟଙ୍କୁ ଧରିବାକୁ ଯାଇଥିଲେ । ଅପରାଧୀମାନେ ପୁଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ । ଏହାପରେ ପୁଲିସର ପାଲଟା ଜବାବରେ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କ ନିକଟରୁ ଵନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ ।