ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ପ୍ରସଙ୍ଗ, ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇଲା କଂଗ୍ରେସ

ନୂଆଦିଲ୍ଲୀ,୧୬/୦୪: ନ୍ୟାସନାଲ ହାରାଲ୍ଡ ପ୍ରସଙ୍ଗରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ । ଆଉ ଏହି ପ୍ରସଙ୍ଗରେ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ । ରାଜଧାନୀ ଭୁବନେଶ୍ବରରେ ବି ପ୍ରତିବାଦକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଇଡି ଅଫିସ ଆଗରେ କଂଗ୍ରେସର ବିଭିନ୍ନ ନେତା ଓ କର୍ମୀ ଏକଜୁଟ ହୋଇ ପ୍ରତିବାଦ କରୁଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । କେବଳ ସେତିକି ନୁହେଁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛି କଂଗ୍ରେସ। ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତ୍ରୀବ ହେଉଛି । ଏହି ସ୍ବରକୁ ଚାପିବାକୁ କେନ୍ଦ୍ର ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାକୁ ଅସ୍ତ୍ର କରିଥିବା ଅଭିଯୋଗ କରିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *