ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲ୍ଲାକୁ ମିଳିଲା ସଭାପତି, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ?

ଭୁବନେଶ୍ୱର,୧୫/୦୪: ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲ୍ଲାର ସଭାପତି ଚୟନ ସରିଛି । ଆଉ ଏହା ପରେ କିଏ କେଉଁ ଜିଲ୍ଲାର ବିଜେଡି ସଭାପତି ହୋଇଛନ୍ତି, ସେନେଇ ଆସିଛି ସୂଚନା । ଅନୁଗୁଳରେ ବ୍ରଜକିଶୋର ପ୍ରଧାନ, ବରଗଡ଼ରେ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକରେ ଜଗନ୍ନାଥ ସ୍ୱାଇଁ, ବୌଦ୍ଧରେ ପ୍ରଦୀପ ଅମାତ,ଦେବଗଡ଼ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତିରେ ପ୍ରଦୀପ ନାୟକ, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି, ଯାଜପୁରରେ ସରୋଜ କୁମାର ମହାପାତ୍ର, ଝାରସୁଗୁଡାରେ ହରିଶ ଗଣତ୍ରା,କନ୍ଧମାଳରେ ପଦ୍ମନାଭ ବେହେରା, ମାଲକାନଗିରିରେ ମାନସ ମାଡକାମୀ, ମୟୂରଭଞ୍ଜ-୧ରେ ସୁଦାମ ମାର୍ଣ୍ଡି, ନବରଙ୍ଗପୁରରେ ମନୋହର ରନ୍ଧାରୀ, ନୟାଗଡ଼ରେ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ାରେ ଅବନୀ ରଞ୍ଜନ ଯୋଶୀ, ପୁରୀରେ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁରରେ ସରୋଜ କୁମାର କାମ୍ପା, ସୁନ୍ଦରଗଡ଼ରେ ଯୋଗେଶ ସିଂ ତୁଲାଇବେ ସଭାପତି ଦାୟିତ୍ୱ।

Leave a Reply

Your email address will not be published. Required fields are marked *