ଆସିଲା ସାଙ୍ଘାତିକ ଅଭିଯୋଗ, ବିକ୍ରି ହେବ କି ଇନଷ୍ଟାଗ୍ରାମ ଓ ହ୍ବାଟସଆପ୍ ?

ନୂଆଦିଲ୍ଲୀ,୧୫/୦୪: ଏବେ ସମସ୍ତେ ବ୍ୟବହାର କରୁଛନ୍ତି ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ ।ଏବେ ପରିବର୍ତ୍ତନ ହେବ କି ଏହାର ମାଲିକାନା । ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ ମାର୍କ ଜୁକରବର୍ଗଙ୍କ ମାଲିକାନାରୁ ଖସିଯିବାର ସମ୍ଭାବନା ରହିଛି । ୨୦୨୦ରେ ତାଙ୍କ କମ୍ପାନୀ ଫେସବୁକ ନାଁରେ ପ୍ରତିଯୋଗିତାକୁ ପ୍ରଶୟ ଦେଉନଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା । ପୁଣି ଥରେ ସେହି ମାମଲା କୋର୍ଟକୁ ଯାଇଛି । ଯଦି ରାୟ ଜୁକରବର୍ଗଙ୍କ ବିପକ୍ଷରେ ଯିବ । ତେବେ ତାଙ୍କୁ ଉଭୟ ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମକୁ ବିକ୍ରି କରିବାକୁ ପଡ଼ିବ ।

ମେଟା ବିରୋଧରେ ଅଭିଯୋଗ ରହିଛି ଯେ ପ୍ରତିଯୋଗିତାକୁ ଶେଷ କରିବା ଓ ନିଜର ଏକଛତ୍ରବାଦୀ ଶାସନ ବଜାୟ ରଖିବା ଲାଗି କମ୍ପାନୀ ୨୦୧୨ରେ ୧୦୦ କୋଟି ଡଲାରରେ ଇନଷ୍ଟାଗ୍ରାମ ଓ ୨୦୧୪ରେ ୨୨୦୦ କୋଟି ଡଲାରରେ ହ୍ୱାଟ୍ସଆପ୍‌କୁ ଅଧିଗ୍ରହଣ କରିଥିଲା । ପୂର୍ବରୁ ଜୁକରବର୍ଗ କହିଥିଲେ ଯେ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବା ବଦଳରେ ପ୍ରତିଦ୍ୱନ୍ଦ୍ୱୀକୁ କିଣିନେବା ହିଁ ଭଲ । ଏହି ମନ୍ତବ୍ୟ ତାଙ୍କ ବିପକ୍ଷରେ ଯାଇପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *