ବଡ଼ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ଯୁବକ ମୃତ

ଭୁବନେଶ୍ୱର,୧୫/୦୪; ସୁନ୍ଦରଗଡ଼ ବଡ଼ଗାଁରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୋର ୩ଟାରେ ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସୱେ  ଭୋଇପାଲି ନିକଟରେ ଦୁର୍ଘଟଣା ଘଟିଛି। ୩ ଜଣ ଯୁବକ ବଡ଼ ଗାଁରେ ହେଉଥିବା ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଯାତ୍ରା ଦେଖି ଏକ ବାଇକରେ ଘରକୁ ଫେରୁଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିହୋଇଥିଲା। ଏହାଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବଡ଼ଗାଁ ମେଡିକାଲରେ ରଖିଛି।

 

Leave a Reply

Your email address will not be published. Required fields are marked *