XIMBରେ ବହୁ ଛାତ୍ରଛାତ୍ରୀ ପଜିଟିଭ ଘଟଣାରେ ବିଏମସି କମିଶନରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୩/୩: XIMBରେ ଏକକାଳୀନ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏବେ XIMBର ପରୀକ୍ଷା ହୋଇଥିବା ୨୦୪ ଜଣଙ୍କ ମଧ୍ୟରୁ ୨୦୧ ନେଗେଟିଭ ଆସିଛି। ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ସ୍ବତନ୍ତ୍ର ନଜର ରହିବ।ସ୍ବତନ୍ତ୍ର ଟିମ୍‌ ଗଠନ କରି ଏନ୍‌ଫୋର୍ସମେଣ୍ଟକୁ ତ୍ବରାନ୍ବିତ କରାଯିବ । ଆଜି ସଂଧ୍ୟାରୁ ବିଭିନ୍ନ ମାର୍କେଟ ଓ ଜନଗହଳି ସ୍ଥାନରେ ଚଢ଼ାଉ ହେବ । ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।