ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ

ଭୁବନେଶ୍ୱର, ୨୩/୩: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ଏଣିକି ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ  ୧୫ ପ୍ରତିଶତ ସଂରକ୍ଷଣ ମିଳିବ। ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସର୍ବସମ୍ମତି କ୍ରମେ  ପାରିତ ମଧ୍ୟ ହୋଇଛି।