ଭୁବନେଶ୍ୱର,୧୨/୦୪: ଆଜି ପୁରୀରେ ପ୍ରଶିକ୍ଷଣ ଶିବିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ବିଜେପି ସାଂସଦ ଏବଂ ମନ୍ତ୍ରୀ ଓ ବିଧାୟକମାନଙ୍କ କ୍ଲାସ୍ ନେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ କହିଥିଲେ ବିଧାୟକ, ସାଂସଦ ଅବା ମନ୍ତ୍ରୀ ବୋଲି ଗର୍ବ କି ଅହଂକାର କରନି । ଗ୍ରୁପିଜିମ ଛାଡ଼, ପ୍ରଥମେ ନିଜର ବ୍ୟକ୍ତିତ୍ୱ ତିଆରି କର । ଗ୍ରାଉଣ୍ଡକୁ ଯାଅ । ଅଙ୍ଗନୱାଡି ଓ ମେଡିକାଲକୁ ଯାଇ ଅଧ ଘଣ୍ଟା ବସ । ପୁରୀରେ ଚାଲିଥିବା ବିଜେପି ପ୍ରଶିକ୍ଷଣ ବର୍ଗରେ ବିଧାୟକ ଏବଂ ସାଂସଦମାନଙ୍କୁ ଏମିତି ୧୪ଟି ପଏଣ୍ଟ ଉପରେ ଟିପ୍ସ ଓ ଟାସ୍କ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆହୁରି ମଧ୍ୟ କହିଛନ୍ତି- ନିଜ ଅଂଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ । ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ । ସରକାର ସହ ସଂଗଠନକୁ ନେଇକି ଚାଲ ।