ଆସନ୍ତାକାଲିଠାରୁ ରାଜ୍ୟର ଏହି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ

ଭୁବନେଶ୍ୱର, ୨୨/୩: ରାଜ୍ୟରେ ଏବେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଏନେଇ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଲକାନଗିରି ରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ଆସନ୍ତାକାଲିଠାରୁ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ। ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ମାର୍ଚ୍ଚ ୩୧ ତାରିଖ ଯାଏ ଜାରି ରହିବ ନାଇଟ୍ କର୍ଫ୍ୟୁ । ବଡ଼ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି।