ବ୍ରହ୍ମପୁର ମେଡିକାଲରେ ଖୋଲିବ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ

ଭୁବନେଶ୍ୱର, ୨୨/୩: ବ୍ରହ୍ମପୁର ମେଡିକାଲରେ  ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଅନୁମୋଦନ କରିଛନ୍ତି । ଏହାସହ ସର୍ଜିକାଲ ଓ ମେଡିକାଲ ବିଭାଗରେ ୧୯ଟି ପଦବୀକୁ ମଞ୍ଜୁରି ମିଳିଥିବା ସୂଚନା ମିଳିଛି। ଏହି ବିଭାଗ ଦ୍ବାରା ଦକ୍ଷିଣ ଓଡ଼ିଶାର ଜନସାଧାରଣ ଉପକୃତ ହେବେ। ଏହା ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।