କରୋନା ସଂକ୍ରମଣକୁ ନେଇ ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୩:  ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ବଢ଼ିବାରେ ଲାଗିଛି। ତେବେ ସବୁ ପରିସ୍ଥିତିକୁ ନଜରରେ ରଖି ଆସନ୍ତାକାଲି କରୋନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ପୁଣି ଥରେ ସରପଞ୍ଚ, ୱାର୍ଡମେମ୍ବର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ବଡ଼ ଦାୟିତ୍ୱ ଦିଆଯିବା ନେଇ ସୂଚନା ରହିଛି। ଦାୟିତ୍ୱରେ ରହିବାକୁ ଥିବା କର୍ମଚାରୀମାନେ ବାହାରୁ ଗାଁକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ ବୋଲି ଜଣାପଡିଛି।