ପ୍ରୀତିରଞ୍ଜନ ଘଡ଼ାଇଙ୍କୁ କରୋନା

ଭୁବନେଶ୍ୱର, ୨୦ା୧୦(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଏବେ କ୍ରମାଗତ ଭାବେ କରୋନା ସଂକ୍ରମଣ କମୁଥିବାର ରିପୋର୍ଟ ରହିଛି । କିନ୍ତୁ କରୋନା କବଜାକୁ ବିଧାୟକଙ୍କଠାରୁ ଆରମ୍ଭ କରି ସାଂସଦ ଓ ମନ୍ତ୍ରୀ ସମସ୍ତେ ଆସୁଛନ୍ତି । ଏହାରି ମଧ୍ୟରେ ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରତିରଞ୍ଜନ ଘଡ଼ାଇଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନାର କୌଣସି ଲକ୍ଷଣ ନାହିଁ କିନ୍ତୁ ମୋର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଦୁଇ ସପ୍ତାହ ସଙ୍ଗରୋଧରେ ରହିବେ ବୋଲି କହିଛନ୍ତି ।