ଆଉ ୨ ଜଣ କଂଗ୍ରେସ ବିଧାୟକ ହେଲେ ସସପେଣ୍ଡ, ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବାବେଳେ ବଜାଇଥିଲେ ଘଣ୍ଟ

ଭୁବନେଶ୍ୱର,୨୬/୦୩: ଆଜି ବି ଅଚଳା ବସ୍ଥାରେ ବିଧାନସଭା ଗୃହ ।  ଗତକାଲି କଂଗ୍ରେସର ୧୨ ବିଧାୟକଙ୍କୁ ସସପେଣ୍ଡ କରିଥିବା ବେଳେ ଆଜି ୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକ ତାରା ବାହିନୀ ପତି ଓ ରମେଶ ଜେନାଙ୍କୁ ୭ ଦିନ ପାଇଁ ସସପେଣ୍ଡ କରିଛନ୍ତି ବାଚସ୍ପତି। ତାରା ଓ ରମେଶଙ୍କ ପରେ କଂଗ୍ରେସର ସବୁ ବିଧାୟକ ଆର୍ଥାତ ୧୪ ଜଣ ବିଧାୟକ ସସ୍‌ପେଣ୍ଡ ହୋଇଛନ୍ତି। । ଉଲ୍ଲେଖଯୋଗ୍ୟ, ଗତକାଲି ବିଧାନସଭାରେ ଲଗାତାର ବିଶୃଙ୍ଖଳା ପାଇଁ ୧୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଥିଲେ। ସେଥିରୁ ବାଦ ପଡ଼ିଥିଲେ ତାରା ଓ ରମେଶ। କଂଗ୍ରେସର ନିଲମ୍ବନ ବିଧାୟକ ବିଧାନସଭାକୁ ଯାଇନଥିବା ବେଳେ ତାରା ଓ ରମେଶ ବିଧାନସଭା ଭିତରକୁ ଯାଇଥିଲେ। ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବାବେଳେ ଉଭୟ ଭିତରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। ବାଚସ୍ପତି ଉଭୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ସସପେଣ୍ଡ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବାଚସ୍ପତି ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ହାଇଡ୍ରାମା ଚଲାଇଛି କଂଗ୍ରେସ। ଗତକାଲି ରାଜରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ବିଧାୟକ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ। ପରେ ଆଜି ସକାଳେ ପୁଣି ଘଣ୍ଟ ବାଡ଼େଇ ବିଧାନସଭା ଅଭିମୁଖେ ବାହାରିଥିଲେ କଂଗ୍ରେସ ବିଧାୟକ ଓ କର୍ମୀ। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ।  ନିଲମ୍ବନ ବିଧାୟକଙ୍କୁ ପୋଲିସ ଅଟକକାଇଥିଲା। ଏହାକୁ ନେଇ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏହି ସମୟରେ କଂଗ୍ରେସର ସାଥ ଦେଇଥିଲେ ବିଜେଡିର ବିଧାୟକ।

Leave a Reply

Your email address will not be published. Required fields are marked *