ଆଜିଠୁ ରାଜ୍ୟରେ ବଢିବ ତାତି, ହିଟୱେଭ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୬/୦୩: ଆଜିଠୁ ରାଜ୍ୟରେ ବଢିବ ତାତି । ହିଟୱେଭ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ । ୨୯ ତାରିଖ ରେ ଫେରିବ ହିଟ ୱେଭ । ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ। ଆଗାମୀ ୫ ଦିନ ତାପମାତ୍ରା ଧୀରେ ଧୀରେ ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ କମ ରହିଛି ଯାହାକି ଆଗାମୀ ୫ ଦିନ ମଧ୍ୟରେ ଧୀରେ ଧୀରେ ବଢିବ । ଏହି ବର୍ଦ୍ଧିତ ତାପମାତ୍ରା କୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ ୨୯ ତାରିଖ ବେଳକୁ ହିଟ୍ ୱେଭ୍ ପାଇଁ ସତର୍କତା ଜାରି କରାଯାଇଛି । ଗୋଟେ କିମ୍ବା ଦୁଇଟି ସ୍ଥାନ ରେ ୨୯ ତାରିଖ ପାଇଁ ହିଟ ୱେଭ ସତର୍କତା ଜାରି କଲା ପାଣିପାଗ ବିଭାଗ। ସମ୍ବଲପୁର, ସୁବର୍ଣ୍ଣପୁର ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲା ପାଇଁ ୨୯ ତାରିଖ ରେ ରହିଛି ହିଟ ୱେଭ ସତର୍କତା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *