ବିଡିଏ ପକ୍ଷରୁ ଆରମ୍ଭ ହେଲା “ପାର୍କ ପାଠାଗାର”

ଭୁବନେଶ୍ୱର, ୨୧/୩ : ରାଜଧାନୀ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କରେ ବିଡିଏ ପକ୍ଷରୁ ଲାଇବ୍ରେରୀ ଖୋଲାଯାଇଛି । ଛାତ୍ର, ଯୁବକମାନଙ୍କ ମଧ୍ୟରେ ପଢ଼ିବା ଅଭ୍ୟାସକୁ ବିକଶିତ କରିବା ଏବଂ ଇଣ୍ଟରନେଟ୍, ସ୍ମାର୍ଟ ଫୋନ୍ ଏବଂ ସୋସିଆଲ୍ ମିଡିଆରେ ଲୋକମାନେ ଜଡିତ ଥିବା ସମୟରେ ସମ୍ପ୍ରଦାୟର ଯୋଗଦାନକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଜନସାଧାରଣ ଙ୍କ ପାଇଁ ଲାଇବ୍ରେରୀ ଖୋଲିଛି। ବିଜୁ ପଟ୍ଟନାୟକ ପାର୍କ ଯଥା ଏବେ ଫରେଷ୍ଟ ପାର୍କ ନାମରେ ପରିିଚିତ ଏହି ପାର୍କରେ ଲାଇବ୍ରେରୀ ଟି ଖୋଲାଯାଇଛି।

ବିଶ୍ୱ କବିତା ଦିବସ ଅବସରରେ ଓଡିଶାରେ ଏହାର ପ୍ରଥମ ପଦକ୍ଷେପ। ଫରେଷ୍ଟ ପାର୍କ ଲାଇବ୍ରେରୀ  ବିଡିଏ ଉପାଧ୍ୟକ୍ଷ  ପ୍ରେମଚନ୍ଦ୍ର ଚୌଦୁରୀଙ୍କ ଉପସ୍ଥିତିରେ ଅବସରପ୍ରାପ୍ତ ଆଇଏଏସ୍ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉପଦେଷ୍ଟା  ଆର ବାଲାକ୍ରିଷ୍ଣନ୍ ଏହାକୁ ଉଦଘାଟନ କରିଥିଲେ। ଏହି ଫରେଷ୍ଟ ପାର୍କ ଲାଇବ୍ରେରୀ ହେଉଛି BDA ଏବଂ ସହର ଭିତ୍ତିକ BAKUL ଫାଉଣ୍ଡେସନ୍  ସହଯୋଗରେେ ହୋଇଛି।

ଏହି ଅବସରରେ ଭାଷଣ ଦେଇ ଶ୍ରୀ ବାଲାକ୍ରିଷ୍ଣନ୍  କହିଛନ୍ତି ଯେ ଯୁବକମାନଙ୍କ ମଧ୍ୟରେ ପଢ଼ିବା ଅଭ୍ୟାସ ହ୍ରାସ ପାଉଥିବା ସମୟରେ ପାର୍କରେ ଲାଇବ୍ରେରୀ ସଂସ୍କୃତିକୁ ଆଗକୁ ବଢାଇବା ଏବଂ ପ୍ରୋତ୍ସାହିତ କରିବ।  ବିଡିଏ ଦ୍ୱାରା ଏହା ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଲାଇବ୍ରେରୀ ନିଶ୍ଚିତ ଭାବରେ ଶିଶୁ, ଛାତ୍ର, ପୁସ୍ତକପ୍ରେମୀ ଏବଂ ପାର୍କ ପରିଦର୍ଶନ କରୁଥିବା ଲୋକମାନେ ଏକ ଶାନ୍ତ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପଢ଼ିବାରେ କିଛି ସମୟ ଅତିବାହିତ କରିବେ |