ରାଜ୍ୟରେ ଆହୁରି ୨ ଦିନ ପ୍ରଚଣ୍ଡ ଖରା, କିନ୍ତୁ ୨୦ରୁ ବଦଳିବ ପାଗ

ଭୁବନେଶ୍ୱର,୧୮/୦୩: ରାଜ୍ୟରେ ଆହୁରି ୨ ଦିନ ପ୍ରଚଣ୍ଡ ଖରା ଅସ୍ତବ୍ୟସ୍ତ କରିବ । ପ୍ରଚଣ୍ଡ ଗରମରୁ ମିଳିବନି ନିସ୍ତାର । ଆଜି ବୌଦ୍ଧ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ହିଟ୍‌ୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ । ସେହିପରି ୨୦ ତାରିଖରେ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବଲାଙ୍ଗିର ଓ ଝାରସୁଗୁଡ଼ାରେ ତାତି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୨ ଦିନ ପରେ ତାପମାତ୍ରାରେ ଆସିବ ପରିବର୍ତ୍ତନ ।  କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି । ବର୍ଷାରେ ଭିଜିବ ସାରା ଓଡିଶା। ୨୦ରୁ ୨୨ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଜାରି ରହିବ ବର୍ଷା ।

Leave a Reply

Your email address will not be published. Required fields are marked *