କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର,୧୭/୦୩: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀ ସ୍ଥିତ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି । ସକାଳ ୧୦ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଖବର ଆସିଛି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । କାରଣ ସେ ରାଜନେତା ସହ ଜଣେ ଡାକ୍ତର ମଧ୍ୟ ଥିଲେ । ଦେବେନ୍ଦ୍ର ପ୍ରଧାନ ପୂର୍ବରୁ ବାଜପେୟୀଙ୍କ ସରକାରରେ କେନ୍ଦ୍ର ପରିବହନ ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ତୁଲାଇଥିଲେ । କେବଳ ସେତିକି ନୁହେଁ ରାଜ୍ୟ ସଭାପତି ଭାବେ ମଧ୍ୟ ୩ ଥର ନିଜର କାର୍ଯ୍ୟ ତୁଲାଇଥିଲେ ଦେବେନ୍ଦ୍ର ପ୍ରଧାନ । ଦେବେନ୍ଦ୍ର ପ୍ରଧାନ ୨ଥର ଦେବଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । କେବଳ ଏତିକି ନୁହେଁ ପୂର୍ବରୁ ସେ ଦଳରେ ଅନେକ ପଦପଦବୀରେ ରହିଥିଲେ । ଦଳରେ ତାଙ୍କର ଅନେକ ଗୁରୁତ୍ୱ ରହିଥିଲା ।

Leave a Reply

Your email address will not be published. Required fields are marked *