ନୂଆଦିଲ୍ଲୀ,୧୭/୦୩: ଶକ୍ତିଶାଳୀ ବୋମାମାଡ କରି ହୁତି ଶିବିରକୁ ବିଧ୍ବସ୍ତ କରିଛି ଆମେରିକା । ଏଥିସହ ୟେମେନର ମୁଖ୍ୟଙ୍କୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଯଦି ସହାୟତା ବନ୍ଦ ନହୁଏ ଆଗକୁ ସ୍ଥିତି ଭୟଙ୍କର ହେବ । ସୁଚନା ଅନୁଯାୟୀ ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଆଡ୍ଡା ଓ କମାଣ୍ଡ ସେଣ୍ଟର ଉପରେ ଆମେରିକା ବଡ଼ ଧରଣର ଆକ୍ରମଣ କରିଛି ।
ଶକ୍ତିଶାଳୀ ବୋମାମାଡ଼ରେ ହୁତି ଶିବିର ଓ କମାଣ୍ଡ ସେଣ୍ଟର ଗତକାଲି ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ହୁତି ଆତଙ୍କବାଦୀମାନେ ଯଦି ଇରାନ ସମର୍ଥନରେ ସେମାନଙ୍କ ହିଂସା ଜାରି ରଖନ୍ତି, ତା’ହେଲେ ସେମାନଙ୍କ ଉପରେ ଆହୁରି ଭୟାନକ ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଚେତାବନୀ ଦେଇଛନ୍ତି ।