ଗୁଜୁରାଟ ରାଜକୋଟରେ ବଡ ଅଘଟଣ: ୩ମୃତ, ଏବେ ବି ଫସି ରହିଛନ୍ତି ୩୦ରୁ ଅଧିକ ଲୋକ

ନୂଆଦିଲ୍ଲୀ ,୧୪/୦୩: ଗୁଜୁରାଟ ରାଜକୋଟରେ ବଡ ଅଘଟଣ ଘଟିଛି । ଏଠାରେ ଥିବା ହାଇରାଇଜ୍ ବିଲ୍ଡିଙ୍ଗରେ ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ବିଲ୍ଡିଂରେ ୩୦ରୁ ଅଧିକ ଲେକ ଫଶିରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ରାଜକୋଟରେ ଥିବା ୧୫୦ ଫୁଟ ରିଙ୍ଗରୋଡ୍ ସ୍ଥିତ ଆଟଲାଣ୍ଟିକ୍ ବିଲ୍ଡିଂରେ ଏଭଳି ଘଟଣା ଘଟିଛି । ଏହାର ୬ ମହଲାରେ ନିଆଁ ଲାଗିଛି । ଫଳରେ ୩୦ରୁ ଅଧିକ ଲୋକ ଫଶିରହିଛନ୍ତି । ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ୩୦ ଜଣଙ୍କ ମଧ୍ୟରୁ କିଛି ଲୋକ ନିଆଁରେ ପୋଡିଯାଇ ଆହତ ହୋଇଯାଇଥିବା ମଧ୍ୟ ଖବର ରହିଛି ।

Leave a Reply

Your email address will not be published. Required fields are marked *