ରାସାୟନିକ କାରଖାନାରେ ବିସ୍ଫୋରଣ, ୪ ମୃତ

ଭୁବନେଶ୍ୱର, ୨୦/୩: ମହାରାଷ୍ଟ୍ର ରତ୍ନଗିରିରେ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି । ସେଠାରେ ୨ଟି ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅନ୍ୟପଟେ ୪୦ରୁ ୫୦ ଜଣ ଲୋକ କାରଖାନାରେ ଫସି ରହିଥିବା ଆଶଙ୍କା ରହିଛି।