ଭୁବନେଶ୍ୱର, ୧୪/୦୩: ହୋଲି ପୂର୍ବରୁ ବଢିଲା ସୁନା ଦର । ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ ହେବାରେ ଲାଗିଛି। ଭୁବନେଶ୍ବରରେ ପ୍ରମୁଖ ସୋରୁମ୍ଗୁଡ଼ିକରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୮,୫୮୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୧୨୦୦ ଟଙ୍କା ହୋଇଛି । ଗତକାଲି ତୁଳନାରେ ସୁନା ଦରରେ ଆଜି ୫୫୦ ଟଙ୍କାରୁ ୬୦୦ ଟଙ୍କାର ବୃଦ୍ଧି ଘଟିଛି । ଏହା ପୂର୍ବଦିନ (ମାର୍ଚ୍ଚ ୧୨) ମଧ୍ୟ ସୁନା ଦରରେ ୧୦ ଗ୍ରାମ୍ ପିଛା ୪୫୦ରୁ ୪୯୦ ଟଙ୍କାର ବୃଦ୍ଧି ଘଟିଥିଲା । ତେଣୁ ଦୁଇଦିନରେ ସୁନା ୧୧୦୦ ଟଙ୍କା ବଢ଼ିଯାଇଛି ।ମାର୍ଚ୍ଚ ମାସର ୧୩ ଦିନ ମଧ୍ୟରେ ସୁନା ଦରରେ ପାଖାପାଖି ୨.୨୭ ପ୍ରତିଶତ ବୃଦ୍ଧି ଘଟିଲାଣି।