ଭୁବନେଶ୍ୱର,୧୪/୦୩: ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ଲାଗିବାକୁ ଯାଉଛି । ଆଜି ଦୋଳ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି ଚନ୍ଦ୍ରଗ୍ରହଣ । ହେଲେ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଆଜି ସକାଳ ୯ ଟା ୨୯ ମିନିଟ୍ରୁ ଆରମ୍ଭ ହୋଇ ଦ୍ବିପ୍ରହର ୩ଟା ୨୯ରେ ଶେଷ ହେବ । ଭାରତରେ ଦୃଶ୍ୟମାନ ହେବ ନାହିଁ ଯାହାଦ୍ବାରା ଏହା ଭାରତରେ ପାଳନ କରାଯିବ ନାହିଁ । ଏହି ଚନ୍ଦ୍ରଗ୍ରହଣକୁ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି କାରଣ ଏହି ଚନ୍ଦ୍ରଗ୍ରହଣ ରକ୍ତଚନ୍ଦ୍ର (ଲାଲ ଚନ୍ଦ୍ର) ଭାବରେ ଦେଖାଯିବ । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବନି । ବରଂ ଏହି ଚନ୍ଦ୍ରଗ୍ରହଣ ଉତ୍ତର-ଦକ୍ଷିଣ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାରେ ଦୃଶ୍ୟମାନ ହେବ।