ପ୍ରବଳ ଖରା ନେଇ ଆସନ୍ତା ୧୫ରେ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର, ୧୩/୦୩: ଏଥର ହୋଲିରେ ପ୍ରଚଣ୍ଡ ଖରା। ଆସନ୍ତା ୧୫ ତାରିଖରେ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୫ ତାରିଖରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି ଓ ସୁନ୍ଦରଗଡ଼ ଏହି ୭ ଟି ଜିଲ୍ଲାରେ ହିଟୱେଭ ପାଇଁ ଅରେଞ୍ଜ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିର ସତର୍କତାକୁ ନେଇ କନ୍ଧମାଳ ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ଉଷ୍ମ ରାତ୍ରିର ସତର୍କତାକୁ ନେଇ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଆସନ୍ତା ୧୭ ତାରିଖ ଯାଏଁ ତାତିରୁ ନାହିଁ ତ୍ରାହି । ୪୧ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟର ତାପମାତ୍ରା । ଜଳୁଛି ପଶ୍ଚିମ ଓଡିଶା ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା । ତାତିର ତାଉରେ ଉପକୂଳରୁ ଉପାନ୍ତ ଅସମ୍ଭାଳ ତାତି ରହିଥିବା ବେଳେ ରାଜ୍ୟରେ ୪ ଦିନ ହିଟ୍‌ ୱେଭ ସତର୍କତା ଦେଇଛି ପାଣିପାଗ ବିଭାଗ ।