ଭୁବନେଶ୍ୱର,୧୩/୦୩: ଶ୍ରୀମନ୍ଦିର ଉତ୍ତରଦ୍ବାର ବାହାରେ ଖୋଲାଯିବ ଅନ୍ନକ୍ଷେତ୍ର । ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ ଆଣି ଉତ୍ତର ଦ୍ବାର ବାହାରେ ହେବାକୁ ଥିବା ଅନ୍ନକ୍ଷେତ୍ରରେ ମହାପ୍ରସାଦ ସେବନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ପରେ ଏହା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହା ସହ ଗଜପତି ମହାରାଜା କହିଛନ୍ତି ଶ୍ରୀମନ୍ଦିର କାର୍ୟ୍ୟାଳୟକୁ ସ୍ଥାନାନ୍ତରଣ କରାଯିବ । ଶ୍ରୀଜଗନ୍ନାଥ ସାଂସ୍କୃତିକ ଲାଇବ୍ରେରୀ ଓ ରଘୁନନ୍ଦନ ଲାଇବ୍ରେରୀ ଉନ୍ନତିକରଣ କରାଯିବ । ଆଜି ସକାଳେ ପ୍ରଥମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ମଠ ମହନ୍ତ ମଧ୍ୟ ଉପସ୍ଥିତ ଥିଲେ।