ନୂଆଦିଲ୍ଲୀ, ୧୧/୦୩: ପାକିସ୍ତାନରେ ଏକ ଯାତ୍ରୀବାହୀ ଏକ୍ସପ୍ରେସକୁ ଅପହରଣ କରି ନେଇଛନ୍ତି ବେଲୁଚିସ୍ତାନ ମୁକ୍ତି ବାହିନୀର ସଶସ୍ତ୍ର ବିଦ୍ରୋହୀମାନେ । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି । ବିଏଲଏ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ଅପହରଣ ପାଇଁ ନିଜକୁ ଦାବି କରାଯାଇଛି । ଟ୍ରେନକୁ ମୁକୁଳାଇବାକୁ ପାକିସ୍ତାନୀ ସେନାର ଏକ ଦଳକୁ ପଠାଯାଇଛି ।
ତେବେ ଟ୍ରେନ ଉପରେ ଯଦି ପାକ୍ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସମଗ୍ର ଯାତ୍ରୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ଧମକ ଦେଇଛି । ଏହି ରକ୍ତପାତ ପାଇଁ ପାକ୍ ସେନା ଓ ସରକାର ଦାୟୀ ରହିବେ ବୋଲି ବିଏଲଏ କହିଛି ।