ରାଜ୍ୟରେ ୧୩ ଓ ୧୪ ଦୁଇଦିନ ହିଟୱେଭ୍ ନେଇ ସତର୍କତା ଜାରି

ଭୁବନେଶ୍ୱର,୧୧/୦୩: ରାଜ୍ୟରେ ଏବେ ଉପର ମୁହାଁ ପାରଦ । ଡହ ଡହ ଖରା, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଶିଝୁଛି ସାରା ଓଡ଼ିଶା । ମାର୍ଚ୍ଚ ଆରମ୍ଭରୁ ଆସିଲାଣି ହିଟ୍‌ ୱେଭ୍‌ ଚେତାବନୀ । ସୋମବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୭ଟି ଜିଲ୍ଲାର ତାପମାତ୍ରା ୩୬ଡିଗ୍ରୀ ପାର କରିଛି । ଆଜିଠୁ ୫ ଦିନ ଭିତରେ ତାପମାତ୍ର ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ୍ ନେଇ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣରେ ଅସମ୍ଭାଳ ହେବ ତାତି । ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୋନପୁରକୁ ସତର୍କ କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *