IPL ସମୟରେ ସରୋଗେଟ୍ ବିଜ୍ଞାପନ ଏବଂ ତମାଖୁ, ମଦ ବିଜ୍ଞାପନ ନିଷେଧ କରିବାକୁ IPL ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦/୦୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ହେଲେ ଏବେ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ IPL ସମୟରେ ସରୋଗେଟ୍ ବିଜ୍ଞାପନ ଏବଂ ତମାଖୁ, ମଦ ବିଜ୍ଞାପନ ନିଷେଧ କରିବାକୁ IPL ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି ।ଚିଠିରେ ଲେଖାଯାଇଛି ଯେ, ବର୍ତ୍ତମାନ ଭାରତରେ ମଧୁମେହ, ଫୁସଫୁସ ରୋଗ, କର୍କଟ ଭଳି ଗମ୍ଭୀର ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ରୋଗଗୁଡ଼ିକର ବୃଦ୍ଧିର ମୁଖ୍ୟ କାରଣ ହେଉଛି ତମାଖୁ ଏବଂ ମଦ୍ୟପାନ । ତମାଖୁ ଯୋଗୁଁ ସର୍ବାଧିକ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ପ୍ରତିବର୍ଷ ଭାରତରେ ୧୪ ଲକ୍ଷ ଲୋକ ମଦ୍ୟପାନ ଯୋଗୁଁ ମୃତ୍ୟୁବରଣ କରନ୍ତି । ପୂର୍ବରୁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଟୁର୍ଣ୍ଣାମେଣ୍ଟ ସମୟରେ ମଦ୍ୟପାନ ଏବଂ ତମାଖୁର ପ୍ରଚାର ଉପରେ ନିଷେଧ କରିବାକୁ ସୁପାରିଶ କରିଥିଲା ।

Leave a Reply

Your email address will not be published. Required fields are marked *