ଦିନିକିଆ ଅବସର ଖବରକୁ ନେଇ କଣ କହିଲେ ଅଧିନାୟକ ରୋହିତ ଶର୍ମା ?

ନୂଆଦିଲ୍ଲୀ,୧୦/୦୩: ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତର ଐତିହାସିକ ବିଜୟ ପରେ ଏବେ ଅଧିନାୟକ ରୋହିତ ଶର୍ମା ନିଜେ ଦିନିକିଆରୁ ତାଙ୍କ ଅବସର ନେଇ ପ୍ରତିକ୍ରିୟା ଦେଇଛନ୍ତି । ରୋହିତ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଏବେ ଅବସର ନେବାର କୌଣସି ଯୋଜନା ନାହିଁ । ଭାରତ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହେବାପରେ, ରୋହିତ ଶର୍ମାଙ୍କୁ ମ୍ୟାଚ୍‌ ପର ସାମ୍ବାଦିକ ସମ୍ମିଳନୀରେ ଅବସର ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା । ରୋହିତ ନିଜ ଅବସର ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି, “ଏବେ ଅବସର ପାଇଁ କୌଣସି ଯୋଜନା ନାହିଁ । ଯାହା ଚାଲିଛି ତାହା ଜାରି ରହିବ । ମୁଁ ଦିନିକିଆ ଫର୍ମାଟରୁ ଅବସର ଏବେ ନେଉନାହିଁ । ଏବେଠାରୁ, ଦୟାକରି ଗୁଜବକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।” ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୪ ୱିକେଟ ବିଜୟ ପରେ ରୋହିତଙ୍କ ଏହି ବୟାନ ଆସିଛି । ଫାଇନାଲ ମ୍ୟାଚ୍‌ରେ ସେ ୭୬ ରନର ଏକ ଦମ୍‌ଦାର୍‌ ଇନିଂସ ଖେଳିଥିଲେ । ସେ କହିଥିଲେ ଯେ, ଯେତେବେଳେ ବି ଟିମ୍ ଇଣ୍ଡିଆ ମ୍ୟାଚ୍‌ ଖେଳୁଛି, ସମଗ୍ର ଦେଶବାସୀ ସମର୍ଥନ କରୁଛନ୍ତି । ତେଣୁ ଏହି ବିଜୟ ଦେଶବାସୀଙ୍କୁ ଉତ୍ସର୍ଗ କରୁଛୁ । ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିବା ଶ୍ରେୟସ ଆୟରଙ୍କୁ ଜଣେ ସାଇଲେଣ୍ଟ୍‌ ହିରୋ ବୋଲି କହିଥିଲେ ରୋହିତ ଶର୍ମା ।

Leave a Reply

Your email address will not be published. Required fields are marked *