ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ସହ ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ନିର୍ବନ୍ଧ ସରିଥିବା ସୂଚନା

ଭୁବନେଶ୍ୱର,୦୮/୦୩: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ। ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ଦ୍ବିତୀୟ ଇନିଂସ । ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ହାତ ଧରି ସାତ ଜନ୍ମର ସାଥି ହେବାକୁ ପ୍ରସ୍ତୁତ ହେଉଛନ୍ତି ଓଲିଓଡ଼ ଅଭିନେତା ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ।ଶୁକ୍ରବାର ରାଜ୍ୟ ବାହାରର କେଉଁ ଏକ ସ୍ଥାନରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି । ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।  ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗୃତିଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ।

Leave a Reply

Your email address will not be published. Required fields are marked *