ଭୁବନେଶ୍ୱର,୦୮/୦୩: ଦୁଇଦିନର ଆଶ୍ଵସ୍ତି ପରେ ପୁଣି ବଢ଼ିବ ତାତି । ୨୦ ମାର୍ଚ୍ଚ ଯାଏଁ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ତାପମାତ୍ରା ବୃଦ୍ଧି ପାଇବା ସହ ତାତି ଅସହ୍ୟ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏକ ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ପ୍ରଭାବରେ ଥଣ୍ଡା ବାୟୁ କମିବା ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ୪ଦିନ ମଧ୍ୟରେ ୩ରୁ ୪ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୦ ମାର୍ଚ୍ଚ ଯାଏଁ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଛି । ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ୩୩% ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ହେବାକୁ ଥିବା ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ଫଳରେ କିଛି କିଛି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବ ।