ନୂଆଦିଲ୍ଲୀ,୦୭/୦୩: ମେ’ ୨ରେ ଖୋଲିବ ବାବା କେଦାରନାଥଙ୍କ ଦରବାର । ଏଥିପାଇଁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ମାତ୍ର ଏତେ ବାଟ ଚାଲି ଚାଲି ଯିବା କଷ୍ଟ ହେଉଥିବାରୁ ସେମାନଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଆଉ ଶ୍ରଦ୍ଧାଳୁଙ୍କୁ ଚାଲିବାକୁ ପଡ଼ିବନି ୨୩ କିଲୋମିଟରର ଲମ୍ବା ପାହାଡ଼ି ରାସ୍ତା । କେନ୍ଦ୍ର କ୍ୟାବିନେଟ୍ରେ କେଦାରନାଥ ଏବଂ ହିମକୁଣ୍ତ ସାହେବ ଯାତ୍ରାକୁ ନେଇ ବଡ଼ ଘୋଷଣା କରାଯାଇଛି । ଖୁବଶୀଘ୍ର ଏହି ଦୁଇସ୍ଥାନରେ ରୋପ ୱେ ବ୍ୟବସ୍ଥା କରାଯିବ । ଏନେଇ ପ୍ରେସମିଟ୍ ଜରିଆରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର ଦେଇଛନ୍ତି । ୨୩ କିଲୋମିଟର ପାହାଡ଼ି ରାସ୍ତା ପାର୍ କରିବା ପାଇଁ ଲାଗିଯାଏ ପ୍ରାୟ ୮ରୁ ୯ ଘଣ୍ଟା । କିନ୍ତୁ କେନ୍ଦ୍ର ସରକାର କ୍ୟାବିନେଟରେ ଏକ ବଡ଼ ଘୋଷଣା କରିଛନ୍ତି । ମୋଦି ସରକାର କେଦାରନାଥ ଧାମ ପାଇଁ ରୋପ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି । ଖୁବଶୀଘ୍ର କେଦାରନାଥକୁ ରୋପ ୱେ ମାଧ୍ୟମରେ ଯାଇପାରିବେ ଶ୍ରଦ୍ଧାଳୁ । ଏହାଛଡା ହେମକୁଣ୍ଡ ରୋପ ୱେ ପ୍ରୋଜେକ୍ଟ ନିର୍ମାଣକୁ ମଞ୍ଜୁରୀ ମଧ୍ୟ ମିଳିଛି ।
ସୋନପ୍ରୟାଗ ଠାରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିମି ରୋପ ୱେ ନିର୍ମାଣ କରିଯିବ । ଏଥିପାଇଁ ଖର୍ଚ୍ଚ ହେବ ୪୦୮୧ କୋଟି ଟଙ୍କା । ରୋପ ୱେ ନିର୍ମାଣ ଦ୍ୱାରା କେଦାରନାଥକୁ ଯାତ୍ରା ୮/୯ ଘଣ୍ଟାରୁ ବଦଳରେ ମାତ୍ର ୩୬ ମିନିଟରେ କରିହେବ । ପ୍ରତି ଘଣ୍ଟାରେ ୧୮ ଶହ ଯାତ୍ରୀ ବାବାଙ୍କ ଦର୍ଶନ କରିପାରିବେ । ଆଉ ଦିନକରେ ମୋଟ୍ ୧୮ ହଜାର ଲୋକ ରୋପ ୱେ ରେ ଯାଇ ବାବାଙ୍କ ଦର୍ଶନ କରିବେ । କେବଳ କେଦାରନାଥ ଧାମ ନୁହେଁ ବରଂ ହିମକୁଣ୍ତ ସାହେବ ଯାତ୍ରା ପାଇଁ ବି ସରକାର ରୋପ ୱେ ବ୍ୟବସ୍ଥା କରାଯିପବ ବୋଲି ଘୋଷଣା କରିଛନ୍ତି । ଗୋବିନ୍ଦଘାଟରୁ ହିମକୁଣ୍ତ ସାହେବ ପର୍ୟ୍ୟନ୍ତ ୧୨.୪ କିଲୋମିଟର ରୋପ ୱେ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଯେଉଁଥି ପାଇଁ ଖର୍ଚ୍ଚ ହେବ ୨୭୩୦ କୋଟି ।