ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର, ୨୦/୩: ପ୍ରତିବର୍ଷ ପରି ମଧ୍ୟ ଚଳିତବର୍ଷ ହୋଲି ଉତ୍ସବ ରହିଛି। କିନ୍ତୁ ଚଳିତବର୍ଷ ରାଜ୍ୟରେ ଯେହେତୁ କରୋନା ଭୟ ରହିଛି ତେଣୁ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଲଗାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ  ଅନୁମତି ଦିଆଯାଇପାରିବ ନାହିଁ। କୋଭିଡ ନିୟମ ମାନି ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ ବୋଲି ସୂଚନା ମିିଳିଛି।