ନୂଆ ସରକାରୀ ବାସଭବନକୁ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୬/୦୩: ବଦଳିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠିକଣା । ନୂଆ ସରକାରୀ ବାସଭବନକୁ ଗଲେ ମୁଖ୍ୟମନ୍ତ୍ରୀ । ରାଜଭବନ ମାର୍ଗରେ ଥିବା ନୂଆ ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୧୦ଟା ୪୭ରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୦ ବ୍ରାହ୍ମଣଙ୍କ ଦ୍ବାରା ପୂଜା ପାଠ, ହୋମ ଯଜ୍ଞ ପରେ ପ୍ରଥମେ ଘରେ ପ୍ରବେଶ କରିଥିଲେ ଗୋମାତା ନନ୍ଦା, ନନ୍ଦିନୀ । ଏହାପରେ ମୋହନ ମାଝୀ ନିଜ ଘରେ ପ୍ରବେଶ କରିଛନ୍ତି । ପୂର୍ବରୁ ଗାନ୍ଧୀ ମାର୍ଗ କ୍ବାର୍ଟରରେ ରହୁଥିଲେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *