ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ହାଇକୋର୍ଟ

ଭୁବନେଶ୍ୱର,୦୪/୦୩: ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍‌ ପ୍ରସଙ୍ଗରେ ବିଷ୍ଣୁପଦଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ହାଇକୋର୍ଟ । ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ତେଣୁ ଏହା ସ୍ପଷ୍ଟ ଯେ ସିବିଆଇ ଚାହିଁଲେ ବି ବର୍ତ୍ତମାନ ବିଷ୍ଣୁଙ୍କୁ ବାନ୍ଧିପାରିବନି । ସୂଚନା ମୁତାବକ, ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇର ୮ ଜଣିଆ ଟିମ୍ । ଟେଣ୍ଡର ଫିକ୍ସିଂ ମାମଲାରେ ବାରମ୍ବାର ସମନ ପରେ ବି ହାଜର ହେଉନଥିଲେ ବିଷ୍ଣୁପଦ ସେଠୀ । ଏହାପରେ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା ।

Leave a Reply

Your email address will not be published. Required fields are marked *