ନୂଆଦିଲ୍ଲୀ,୨୬/୦୨: ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ହର ହର ମହାଦେବ ଧ୍ୱନୀରେ ଫାଟିପଡୁଥିଲା ପରିବେଶ। ସକାଳୁ ମହାଦୀପ ଉଠିବାର ଦୃଶ୍ୟ ଦେଖିବାକୁ ଲିଙ୍ଗରାଜଙ୍କ ପାଖରେ ବସିଥିବା ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଛି । ଏହାରି ଭିତରେ ସେବାୟତମାନେ ଲିଙ୍ଗରାଜ ଚୁଡା ପର୍ୟ୍ୟନ୍ତ ଟେକି ନେଇଛନ୍ତି ମହାଦୀପକୁ । କଡା ସୁରକ୍ଷା ବ୍ୟବସ୍ଥା, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ମନ୍ଦିର ଚୁଡାକୁ ଯାଇଛି ।