କାର୍‌ରୁ ଜବତ ହୋଇଥିବା କଙ୍କାଳର ଆସିଲା ସ୍କେଚ୍‌

ଭୁବନେଶ୍ୱର, ୧୯/୩: ରାଜଧାନୀ ଭୁବନେଶ୍ବର ଯାଆଁଳା ଫାଣ୍ଡିରେ କାର୍‌ରୁ କଙ୍କାଳ ଜବତ ହୋଇଥିଲା। ଆଜି ବେଙ୍ଗଳୁରୁରୁ ଆସିଛି ନରକଙ୍କାଳର ସ୍କେଚ୍‌।ଏହା ସର୍ବସାଧାରଣରେ ଲଗାଯିବ କାରଣ ମହିଳାଙ୍କ ପରିଚୟ ଓ ମୃତ୍ୟୁର ପଦ୍ଧତି ଜାଣିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ସୂଚନା ଦେଇ କହିଛନ୍ତି ଯେ ୧୬୪ ସେମି ଉଚ୍ଚ ଏହି ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି। ସେ ଡାହାଣ ହାତରେ ୪ଟି ଚୁଡ଼ି ପିନ୍ଧିଥିଲେ ଓ ହାତ ନଖଗୁଡ଼ିକ ବଡ଼ ଥିଲା। ସୂଚନା ଯୋଗ୍ୟ ଯେ ଫେବ୍ରୁଆରି ୧୨ରେ ମହିଳାଙ୍କ ମୃତଦେହ ଜବତ ହୋଇଥିଲା।