କେଦାରନାଥ ଧାମର ଦ୍ୱାର ଖୋଲିବାର ସମୟ ଓ ତାରିଖ ଧାର୍ଯ୍ୟ, ଜାଣନ୍ତୁ କେବେ

ନୂଆଦିଲ୍ଲୀ,୨୬/୦୨:ଆଜି ପବିତ୍ର ମହାଶିବରାତ୍ରି। ସାରା ଦେଶରେ ଥିବା ଶୈବ ପୀଠରେ ଆଧ୍ୟତ୍ମିକ ପରିବେଶ ସହ ଚାଲିଛି ପୂଜାର୍ଚ୍ଚନା । ଏହାରି ଭିତରେ ସାମ୍ନାକୁ ଆସିଛି ଶ୍ରୀ କେଦାରନାଥ ଧାମର ଦ୍ୱାର ଖୋଲିବାର ସମୟ ଓ ତାରିଖ । ଶ୍ରୀ କେଦାରନାଥ ଧାମର ଦ୍ୱାର ମେ ୨ ତାରିଖ ଶୁଭ ମୁହୂର୍ତ୍ତ ସକାଳ ୭ଟାରେ ଖୋଲାଯିବ । ପରମ୍ପରା ଅନୁସାରେ ପ୍ରତି ବର୍ଷ ଶୀତ ଋତୁ ଆରମ୍ଭ ହେବା ମାତ୍ରେ କେଦାରନାଥ ଧାମର ଦ୍ୱାର ବନ୍ଦ କରାଯାଏ ।  ୬ ମାସ ପାଇଁ ବାବା କେଦାରନାଥଙ୍କୁ ତାଙ୍କ ଶୀତକାଳୀନ ଆସନ ଓଁକାରେଶ୍ୱର ମନ୍ଦିର ଉଖିମଠରେ ପୂଜା କରାଯାଏ ।

Leave a Reply

Your email address will not be published. Required fields are marked *