ଭୁବନେଶ୍ୱର,୨୬/୦୨: ଆଜି ଜାଗର ପାଇଁ ସବୁ ଶୈବପୀଠ ଚଳଚଞ୍ଚଳ। ଦେବ ଦେବ ମହାଦେବଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ଏହାରି ମଧ୍ୟରେ ଆରଡ଼ି ଆଖଣ୍ଡଳମଣି ମନ୍ଦିରର ବିକାଶ ପାଇଁ ୧୦କୋଟି ଘୋଷଣା ହୋଇଛି । ଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବଡ଼ ଘୋଷଣା କରିଛନ୍ତି । ଆଜି ଆରଡ଼ି ଆଖଣ୍ଡଳମଣି ବାବାଙ୍କ ଦର୍ଶନ କରିବା ସହ ପୀଠର ବିକାଶ ପାଇଁ ୧୦କୋଟି ଟଙ୍କା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ଦିର ଉନ୍ନତି କାରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିକାଶ ପାଣ୍ଠିରୁ ୧୦କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ତାଙ୍କ ସହ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ଭଦ୍ରକ ବିଧାୟକ ଶୀତଂଶୁ ମହାପାତ୍ର ବି ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି ।