ଓଡ଼ିଶାରେ ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ

ଭୁବନେଶ୍ୱର,୨୫/୦୨: ଓଡ଼ିଶାରେ ସକାଳ ୬ଟା ୧୦ରେ ଅନୁଭୁତ ହୋଛି ଭୂକମ୍ପ ଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ରହିଛି ୫.୧ ମ୍ୟାଗନେଚ୍ୟୁଟ୍‌ । ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ବଙ୍ଗୋପସାଗର । ଭାରତ ସମେତ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଓଡ଼ିଶାରେ ମଧ୍ୟ ଝଟକା ଅନୁଭୁତ ହୋଇଛି । ପୁରୀଠାରୁ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ୨୮୬ କିଲୋମିଟର, ବ୍ରହ୍ମପୁରରୁ ଦୂରତା ରହଛି ୩୯୪ କିଲୋମିଟର । ସେହିପରି ଭୁବନେଶ୍ବରରୁ ଦୂରତା ରହିଛି ୨୯୭ କିଲୋମିଟର ।

Leave a Reply

Your email address will not be published. Required fields are marked *