ନୂଆଦିଲ୍ଲୀ,୨୪/୦୨: ବିହାରରୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦୀ ଡିବିଟି ଜରିଆରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ସରକାର ଏହି କିସ୍ତି ପାଇଁ ୨୨ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପିଏମ କିଷାନ ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି। ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ। ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି ସରକାର। ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ‘ପିଏମ କିଷାନ’ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା, ଯାହାକୁ ମୋଦୀ ସରକାର ୨୦୧୯ ଫେବୃଆରୀରେ ଆରମ୍ଭ କରିଥିଲେ।