ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା କଲି : ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩/୦୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ମହାକୁମ୍ଭରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି। ଏଥି ସହିତ ତାଙ୍କର ପରିବାର ଲୋକେ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ସେ ତ୍ରିବେଣୀ ସଂଗମରେ ଗଂଗା ଆରତୀ କରିଛନ୍ତି। ସେ ୩ଦିନିଆ ଉତ୍ତର ପ୍ରଦେଶ ଗସ୍ତର ପ୍ରଥମ ଦିନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସଂଗମରେ ବୁଡ଼ ପକାଇବା ସହିତ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଏଠାରେ ଉପସ୍ଥିତ ରହି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ପବିତ୍ର ସଂଗମରେ ବୁଡ଼ ପକାଇଛି ଏବଂ ପ୍ରାର୍ଥନା କରିଛି। ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ମା’ ଗଙ୍ଗା, ମା’ ଯୁମୁନା ଓ ମା’ ସରସ୍ବତୀଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ମାଗିଛି। ମହାକୁମ୍ଭ ମେଳା ପାଇଁ ଉତ୍ତର ପ୍ରଦେଶ ସରକାର ଭଲ ବ୍ୟବସ୍ଥା କରିଛନ୍ତି।

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ-୨୦୨୫ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତମାସ ୧୩ ତାରିଖ ଠାରୁ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଥିବା ଏହି ଧାର୍ମିକ ମେଳାରେ ଏଯାଏଁ ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି।

Leave a Reply

Your email address will not be published. Required fields are marked *