ଭିନ୍ନ ଭିନ୍ନ ସ୍ଥାନରେ ୩ ଦୁର୍ଘଟଣା, ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୨୨/୦୨: ଭିନ୍ନ ଭିନ୍ନ ସ୍ଥାନରେ ୪ଟି ଦୁର୍ଘଟଣା ଘଟିଥିବା ବେଳେ ୪ ଜଣଙ୍କ ଜୀବନ ଯାଇଛି । ଏହାସହ  ୧୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଛି । ବୋଲଗଡ଼ ଓଭରବ୍ରିଜ ନିକଟରେ ଧାନ ବୋଝେଇ ଟ୍ରକକୁ ପଛରୁ ପିଟିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ପିକଅପ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି ।ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେହିପରି ଭୁବନେଶ୍ବର ଉପକଣ୍ଠ ଗଙ୍ଗପଡା ଛକ ନିକଟରେ ଦୁର୍ଘଟଣା ଯୋଗୁଁ ୨ ଜଣଙ୍କ ଜୀବନ ଯାଇଛି । ପୁରୁଣା ଟୋଲ ଗେଟ୍ ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଲା କାର। କାରରେ ୩ ଜଣ ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *