ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା, ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର,୨୧/୦୨: ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ୟ୍ୟନ୍ତ ଚାଲିବ ।  ନୋଡା‌ଲ‌୍‌ ସେଣ୍ଟରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ସ୍ଥାନାନ୍ତର କରାଯାଇ ସକାଳ ୮ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚିଥିଲା । ମାଟ୍ରିକ୍ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋ‌ଇ ୧୧ଟା ୩୦ମିନିଟରେ ସରିବ । କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ମିଳିବ ଓ ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ । ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଆଜି ପ୍ରଥମ ଦିନରେ ରାଜ୍ୟର ୫ଲକ୍ଷ ୧୨ହଜାର ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେବେ । ସରକାର ବଦଳିବା ପରେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ହେଉଥିବାରୁ ଏହାକୁ ଶୃଂଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ବତନ୍ତ୍ର କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଛି। କପି ରୋକିବା ପାଇଁ ସିସିଟିଭି ଲଗାଯାଇଛି ।

Leave a Reply

Your email address will not be published. Required fields are marked *