ଭୁବନେଶ୍ୱର,୨୧/୦୨: ଏଣିକି ସ୍ଥାବର ସମ୍ପତ୍ତି ବା ଚଳନ୍ତି ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କ ଅନୁମତି ନେବେ ବାବୁ । ରାଜ୍ୟ ଆଇନ୍ ବିଭାଗ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି । ଯଦି ଜଣେ ସରକାରୀ କର୍ମଚାରୀ ଚଳନ୍ତି ସମ୍ପତ୍ତି କିଣିବାକୁ ଚାହାନ୍ତି, ତେବେ କିଣିବା ପୂର୍ବରୁ ସରକାରଙ୍କ ଅନୁମତି ନେବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଲେଖାଯାଇଛି । ଓଡ଼ିଶା ଗଭର୍ଣ୍ଣମେଣ୍ଟ ସରଭ୍ୟାଣ୍ଟ କନଡକ୍ଟ ରୁଲ୍ ୧୯୫୯ର ରୁଲ୍ -୨୧ ଅନୁସାରେ ସରକାରଙ୍କ ଅନୁମତି ନେବା ଜରୁରୀ ବୋଲି ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।