ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ ପାଇଁ ୧ କୋଟି ଦାନ

ପୁରୀ, ୧୮/୩: କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଡ଼ାଃ ସୌମ୍ୟ  ରଂଜନ ସାମଲ SJTA ର ମୁଖ୍ୟ ପ୍ରଶାସକ ଡ଼ାଃ କ୍ରିଷନ କୁମାରଙ୍କୁ ଭେଟିଥିଲେ । ତାଙ୍କୁ ଭେଟି ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ ପାଇଁ ଏହି ୧ କୋଟି ତାଙ୍କୁ ପ୍ରଦାନ କରିଛନ୍ତି | ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଧାମକୁ ଆସୁଥିବା ଭକ୍ତମାନଙ୍କୁ ସୁବିଧା ତଥା ସୁବିଧା ଯୋଗାଇଦେବା ପାଇଁ ପରିଚାଳନା କମିଟି ଏହି ପ୍ରକଳ୍ପ କରୁଥିବା ସୂଚନା ମିଳିଛି।