୪.୦ତୀବ୍ରତାର ସହ ଥରିଲା ଦିଲ୍ଲୀ ଏନସିଆର

ଭୁବନେଶ୍ୱର,୧୭/୦୨: ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା । ଆଜି ସକାଳୁ ଭୂ-କମ୍ପ ଝଟକା ଅନୁଭୂତ ହୋଇଥିଲା । ଭୋର ୫ଟା ୩୬ରେ କିଛି ସେକେଣ୍ଡରେ ଥରି ଉଠିଥିଲା ଦିଲ୍ଲୀ ଏନସିଆର । ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୦ରହିଥିଲା । ଏହି ଭୂକମ୍ପର କେନ୍ଦ୍ର ଧୌଲା କୂଆଁର ଦୁର୍ଗାବାଇ ଦେଶମୁଖ କଲେଜ ଅଫ ସ୍ପେଶାଲ ଏଜୁକେସନ ପାଖରେ ଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଲାଗିଥିବା ଭୂକମ୍ପ ଝଟକାର କେନ୍ଦ୍ରସ୍ଥଳୀ ଏହି ସ୍ଥାନ ଥିବା ଜଣାପଡିଛି । କୌଣସି କ୍ଷୟକ୍ଷତି ହୋଇନଥିବା ଖବର ନଥିବା ବେଳେ ଏବେ ଲୋକେ ଭୟଭୀତ ହୋଇପଡିଛନ୍ତି ।