ଭୁବନେଶ୍ୱର,୧୩/୦୨: ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବାବୁସାନଙ୍କୁ ଭିଡିଓ କଲ ମାଧ୍ୟମରେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ନବୀନ। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଉତ୍ତମ । ଲିଭର ସିରୋସିସ ରୋଗରେ ପୀଡିତ ଥିବାରୁ ତାଙ୍କୁ ଭୁବନେଶ୍ବରରୁ ଏୟାରଲିଫ୍ଟ କରି ନିଆଯାଇଛି । ସେପଟେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ ଯାଇ ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ବର୍ତ୍ତମାନ ସୁଦ୍ଧା ଯଦିଓ ଉତ୍ତମଙ୍କୁ ଆଇସିୟୁରେ ରଖାଯାଇଛି । ତେବେ ଧିରେଧିରେ ସେ ସୁସ୍ଥ ହେଉଛନ୍ତି । ନିମୋନିଆରେ ବି ଆକ୍ରାନ୍ତ ହୋଇଥିବାରୁ ତାର ଚିକିତ୍ସା ମଧ୍ୟ ଚାଲିଛି ।