ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଉପରେ ଖପ୍ପା ବିଜେଡି ସୁପ୍ରିମୋ

ଭୁବନେଶ୍ୱର,୧୩/୦୨: ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଉପରେ ଖପ୍ପା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନବୀନଙ୍କ ଏ ରାଗ ପଛର କାରଣ , ବିଧାୟକ ଦଳ ବୈଠକ ବୋଲି ଜଣାପଡିଛି । ଗତକାଲି ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ଯାହାକୁ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସନାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ମିଳିଥିବା ସୂଚନା ମୁତାବକ, ସନାତନ ମହାକୁଡ କାହିଁକି ବିଧାୟକ ଦଳ ବୈଠକକୁ ଆସିନଥିଲେ ବୋଲି ପ୍ରଶ୍ନ କରିଥିଲେ ନବୀନ । ଏଥିସହ ସନାତନଙ୍କ ଉପରେ ସେ ବିରକ୍ତି ପ୍ରକାଶ କରିଥିଲେ । ଆଉ ସେହସରେ କହିଛନ୍ତି ତମେ ବି ବିଜେପି ଆଡକୁ ଯାଉଛକି ? ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *